logo

ଶ୍ରୀମତୀ ମାଳବିକା ଦେଵୀ ବିଜେପି ର କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ହେଇଥିବାରୁ କଳାହାଣ୍ଡି ଲୋକସଭା ରେ ଖୁସୀର ଲହର ଜାରୀ ରହିଛି।

ଓଡିଶା / କଳାହାଣ୍ଡି
କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ଭାବରେ ଭାରତୀୟ ଜନତା ପାର୍ଟି ଶ୍ରୀମତୀ ମାଳବିକା ଦେଵୀ ଙ୍କ ନାମ ଘୋଷଣା କରି ଥିବାରୁ କଳାହାଣ୍ଡି ଲୋକସଭାରେ ଖୁସୀର ଲହରୀ ଖେଳି ଯାଇଛି। ଶ୍ରୀମତୀ ମାଳବିକା ଦେଵୀ ସ୍ବର୍ଗତ ବିକ୍ରମ କେଶରୀ ଦେଓ ଙ୍କ ପୁତ୍ରବଧୂ ଓ ପୁର୍ବତନ ସାଂସଦ ଶ୍ରୀଯୁକ୍ତ ଅର୍କ କେଶରୀ ଦେଓ ଙ୍କ ଧର୍ମ ପତ୍ନୀ ଅଟନ୍ତି। ଯେଉଁ ଦିନ ଠାରୁ ଶ୍ରୀମତୀ ମାଳବିକା ଦେଵୀ ଙ୍କ ନାମ ବିଜେପିର କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ଭାବରେ ଘୋଷଣା ହେଲା, ସେ ଦିନଠାରୁ ସକାଳୁ ସଞ୍ଜ ଯାଏ ତାଙ୍କ ଘରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବିଜେପିର ନେତା, ନେତ୍ରୀ,କାର୍ଯ୍ୟକର୍ତ୍ତା ଓ ଅନେକ ଗ୍ରାମାଞ୍ଚଳ ମାନଙ୍କରୁ ଅନେକ ଲୋକ ହାତରେ ଫୁଲ ତୋଡା ଧରି ଆସୁଛନ୍ତି ଓ ପ୍ରାର୍ଥୀନୀ ଶ୍ରୀମତୀ ମାଳବିକା ଦେଵୀ ଙ୍କ ହାତରେ ଫୁଲ ତୋଡା ଧରେଇ ଦେଇ ନିଜ ଖୁସି ଓ ସମର୍ଥନ ପ୍ରକାଶ କରୁଛନ୍ତି। ଶ୍ରୀମତୀ ମାଳବିକା ଦେଵୀ ମଧ୍ଯ ଅତ୍ୟନ୍ତ ଖୁସିରେ ସମସ୍ତଙ୍କ ଠାରୁ ଫୁଲ ତୋଡା ଗ୍ରହଣ କରି ସମସ୍ତଙ୍କୁ ନମସ୍କାର କରି ସହଯୋଗ କାମନା କରୁଛନ୍ତି ଓ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ମୋଦୀଜୀ ଙ୍କ ଦୃଢ଼ ନେତୃତ୍ଵ ଉପରେ ସଂପୂର୍ଣ୍ଣ ଭରସା କରି, କଳାହାଣ୍ଡି କୁ ଏକ ବିକଶିତ କଳାହାଣ୍ଡି ଗଠନ କରିବା ପାଇଁ କଳାହାଣ୍ଡି ବାସୀ ଶ୍ରୀମତୀ ମାଳବିକା ଦେବୀ ଙ୍କୁ ହଜାର ହଜାର ଭୋଟ ରେ ଜୟଯୁକ୍ତ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରାର୍ଥୀନୀ ଶ୍ରୀମତୀ ମାଳବିକା ଦେବୀ କଳାହାଣ୍ଡି ଓ ନୂଆଁ ପଡ଼ା ଜିଲ୍ଲା କୁ ବିକସିତ ଜିଲ୍ଲା ଭାବରେ ପରିଣତ କରିବା ପାଇଁ ଦୃଢ ସଂକଳ୍ପ ନେଇଥିବା ପ୍ରକାଶ କରିଛନ୍ତି।

205
9799 views